ମୁଲାୟମ ସିଂ ଯାଦବଙ୍କର ଅନ୍ତିମ ସଂସ୍କାର, ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତ୍ୟେଷ୍ଟି

ନୂଆଦିଲ୍ଲୀ ୧୧/୧୦: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ଆଜି ଅନ୍ତିମ ସଂସ୍କାର ହେବ । ଏବେ ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ସୈଫଇ ବାସଭବନରେ ରଖାଯାଇଛି । ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଅନ୍ତିନ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ରଖାଯିବ । ସେଠାରେ ତାଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ୨ କିମି ଯାଏ ଶୁଭେଚ୍ଛୁମାନଙ୍କର ଭିଡ଼ ଲାଗିଛି। ଆଜି ଅପରାହ୍ଣ ୩ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମୁଲାୟମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ମୁଲାୟମଙ୍କ ପୈତୃକ ଗାଁକୁ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଲାୟମଙ୍କ ପରଲୋକରେ ଉତ୍ତରପ୍ରଦେଶରେ ତିନିଦିନିଆ ଶୋକ ପାଳନ ହେଉଛି । ମୁଲାୟମଙ୍କ ଅନ୍ତିମ ସଂସ୍କାରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ।ଗତକାଲି ୮୨ ବର୍ଷ ବୟସରେ ମୁଲାୟମ ସିଂ ଯାଦବଙ୍କର ପରଲୋକ ହୋଇଥିଲା । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

gpkandhamal

Umasankar Adv
Leave A Reply

Your email address will not be published.