ରାତି ଅଧରେ ରାସ୍ତା ତଳକୁ ଖସିଗଲା ବସ୍‌

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ନଳାଘାଟ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିବା ବେଳେ ଏଥିରେ ଥିବା ୩୮ ଯାତ୍ରୀ କିନ୍ତୁ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୋଟୁରୁ ଏକ ସରକାରୀ ବସ୍‌ ଗତରାତିରେ ମାଲକାନଗିରି ଜିଲ୍ଲା ମୋଟୁରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲ। ରାତି ପ୍ରାୟ ୨ଟାରେ ଗାଡ଼ିଟି ଅଡ଼ବା ଥାନା ନଳାଘାଟ ନିକଟରେ ଯାଉଥିବା ବେଳେ ହଠାତ୍‌ ଅପର ପାର୍ଶ୍ୱରୁ ଏକ ଗାଡ଼ି ଦ୍ରୁତ ଗତିରେ ଆସିଥିଲା। ଉକ୍ତ ଗାଡ଼ିକୁ ସାଇଡ ଦେବା ବେଳେ ବସ୍‌ଟି ରାସ୍ତାର ଡାହାଣ ପାର୍ଶ୍ୱରେ ତଳକୁ ଖସି ପଡ଼ିଥିବା ଜଣାଯାଇଛି। ବସରେ ୩୮ ଯାତ୍ରୀ ଯାତ୍ରା କରୁଥିବା ବେଳେ କେହି ଆହତ ହୋଇ  ନ ଥିବା ଜଣାପଡିଛି । ଦୁର୍ଘଟଣା ବସର ଯାତ୍ରୀ ମାନଙ୍କୁ ଅନ୍ୟ ଏକ ସରକାରୀ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିଛି।

Leave A Reply

Your email address will not be published.