ଦମ୍ପତିଙ୍କ ସାଂଘାତିକ ଅଭିଯୋଗ-ପୁଲିସ୍‌ ସୁନା ଜବତ କରି ସୁତା ଫେରାଇଲା

ସୋନପୁର : ପୁଲିସ୍‌ ନାଁରେ ଆସିଛି ସଂଗୀନ ଅଭିଯୋଗ । ଲୁଟ୍ ଗହଣାକୁ ଜବତ କରିବା ପରେ ଅଭିଯୋଗକାରୀଙ୍କୁ ନ ଫେରାଇ ପୁଲିସ କେବଳ ସୁତା ଫେରାଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୁଲିସ ନାଁରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ବାଉଁଶୁଣୀ ଗାଁର ଗୋବିନ୍ଦ ମେହେର ଓ ତାଙ୍କ ପତ୍ନୀ ଯଶୋଦା ମେହେର ଗତ ୭ ତାରିଖରେ ଲୁଟ୍‌ର ଶୀକାର ହୋଇଥିଲେ। ବାଇକ୍‌ରେ ଦୁଇ ଜଣ ଆସି ଯଶୋଦାଙ୍କ ବେକରୁ ସୁନା ହାର ଲୁଟି ନେଇଥିଲେ । ତେବେ  ଗୋବିନ୍ଦ ତାଙ୍କୁ ପିଛା କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଲୁଟେରାଙ୍କୁ କାବୁ କରିବା ସହ ପୁଲିସ ଜିମା ଦେଇଥିଲେ । ପରେ ପୁଲିସ ସମସ୍ତ ସୁନା ଜବତ କରିଥିବା ବେଳେ ଦମ୍ପତିଙ୍କୁ କିନ୍ତୁ ତାହା ଫେରାଇ ନ ଥିଲା। ଏପରିକି ପୁଲିସ୍‌ ସୁନା ନୁହେଁ  କେବଳ ସୂତା ଫେରାଇଥିବା ଅଭିଯୋଗ କରିଛନ୍ତି ଦମ୍ପତି। ଏନେଇ ସେମାନେ ବୌଦ୍ଧ ଏସ୍‌ପିଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଛନ୍ତି । ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍‌ପି ।

Leave A Reply

Your email address will not be published.