ସୋର ୧୪/୧୦: ଝିଅକୁ ଭଲ ପାଇ ବିବାହ କରିବା ମହଙ୍ଗା ପଡିଲା ଛାତ୍ରକୁ । ଛାତ୍ର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମା । ମାଆଙ୍କ ଅଭିଯୋଗ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସୋର ଥାନା ମଧୁସୂଦନ ପୁର ଡ଼ଗରା ଗ୍ରାମର ମୋହନ ମଲ୍ଲିକଙ୍କ ପୁଅ ଶୁସାନ୍ତ ମଲ୍ଲିକ ଗଣ୍ଡିବେଡ଼ କଲେଜ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ସୁଶାନ୍ତ ସେହି ନିକଟ ଅଞ୍ଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ପ୍ରେମ କରି ବସିଥିଲେ । ଉଭୟ ଉଭୟଙ୍କୁ ଭଲ ପାଇ ଶେଷରେ ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ । ବିବାହ କରିଥିବା ଝିଅକୁ ଘରକୁ ଆଣିବାକୁ ପୁଅ ତା ମାଙ୍କୁ ଜଣାଇଥିଲେ । ପୁଅ ଘର ଲୋକ ରାଜି ମଧ୍ୟ ହୋଇଥିଲେ । ଗତକାଲି ହଠାତ ଗାଁର କିଛି ଦୂରରେ ପୁଅ ସୁଶାନ୍ତଙ୍କର ମୃତଦେହ ପଡିଥିବାର ଜାଣିବାକୁ ପାଇଥିଲେ ପରିବାର ଲୋକ । ସଙ୍ଗେ ସଙ୍ଗେ ପୁଅକୁ ସୋର ମେଡ଼ିକାଲ ନେଇଥିଲେ ସେଠି ପୁଅର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ମାଆ ନୟନା ମଲ୍ଲିକ ଅଭିଯୋଗ ମୋ ପୁଅ ଝିଅକୁ ଭଲପାଇ ବାହା ହୋଇଥିବା ଯୋଗୁ ଝିଅ ଓ ତାର ବାପା ମୋ ପୁଅ ସୁଶାନ୍ତକୁ ମାରିଦେଇଥିବା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।