ବିଲୁପ୍ତ ହେବାକୁ ଯାଉଛନ୍ତି ୯୦ ପ୍ରତିଶତ ସମୁଦ୍ର ପକ୍ଷୀ

ମେଲବର୍ଣ୍ଣ  ୧୩।୧୦: ନ୍ୟୁଜିଲ୍ୟାଣ୍ଡର ଏକ ସରକାରୀ ରିପୋର୍ଟରେ ପ୍ରତି ୪ଟି ମାଛରୁ ୩ଟିରେ ପ୍ରଚୁର ପରିମାଣର ମାଇକ୍ରୋ ପ୍ଲାଷ୍ଟିକ ଥିବାର ପୁଷ୍ଟି କରିଛି। ସେହିପରି ଦେଶରେ ବହୁ ସଂଖ୍ୟାରେ ଦେଶୀ ପ୍ରଜାତି ଓ ଦେଶୀ ପକ୍ଷୀ ବିଲୁପ୍ତ ହେବାକୁ ଯାଉଥିବା ଏହି ରିପୋର୍ଟରେ କୁହାଯାଇଛି।  ୧୩ ଅକ୍ଟୋବର ଗୁରୁବାର ପରିବେଶମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୯୦ ପ୍ରତିଶତ ସ୍ୱଦେଶୀ ସମୁଦ୍ର ପକ୍ଷୀ, ୮୨ ପ୍ରତିଶତ ସ୍ୱଦେଶୀ ସମୁଦ୍ର ଉପକୂଳ ପକ୍ଷୀ ଓ ୨୨ ପ୍ରତିଶତ ସାମୁଦ୍ରିକ ପ୍ରାଣୀ ପ୍ରଜାତି ଏବେ ବିଲୁପ୍ତିର ଦ୍ୱାରଦେଶରେ ଥିବାର କୁହାଯାଇଛି। ବିଶେଷ କରି ସମୁଦ୍ର ପକ୍ଷୀମାନେ ବିପଦରେ ଥିବାର କୁହାଯାଇଛି। ଗତବର୍ଷ ପାଖାପାଖି ୧୪ଶହ ପକ୍ଷୀ ବଡ଼ ମାଛଙ୍କ ଦ୍ୱାରା ମରିଥିବା ବେଳେ ସମୁଦ୍ର ଅଧିକ ଅମ୍ଲିୟ ହେବା ଯୋଗୁ ମଧ୍ୟ ପକ୍ଷୀଙ୍କ ମୃତ୍ୟୁ ହେଉଛି। ଗତ ୨୨ ବର୍ଷରେ ସମୁଦ୍ରର ଅମ୍ଲିକରଣ ୮.୬ ପ୍ରତିଶତ ବଢିଥିବା ଏହି ରିପୋର୍ଟରେ କୁହାଯାଇଛି। ସମୁଦ୍ରର ତାପମାତ୍ରା ବୃଦ୍ଧି ସହ ସାମୁଦ୍ରିକ ହିଟ୍‌ ୱେଭ୍ ଲଗାତାର ବଢି ବଢି ଚାଲିଛି।

Leave A Reply

Your email address will not be published.