ସାମ୍ନାକୁ ଆସିଲା ‘ଦୃଶ୍ୟମ୍‌-୨’ର ଫାଷ୍ଟ ଲୁକ୍‌, ଏହି ଦିନ ହେବ ରିଲିଜ୍‌

ମୁମ୍ଵାଇ ୧୫।୧୦: ବଲିଉଡ୍‌ ସିଙ୍ଘମ୍‌ ଅଜୟ ଦେବଗନ୍‌। ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୃଶ୍ୟମ ୨’କୁ ନେଇ ଖୁବ୍‌ ଆଲୋଚନା ହେଉଛି। ନିକଟରେ ଖବର ଆସିଥିଲା ​​କି ଏହି ଫିଲ୍ମର ସୁଟିଂ ଶେଷ ହୋଇଛି। ଏବେ ଫିଲ୍ମରୁ ଅଭିନେତ୍ରୀଙ୍କ ପ୍ରଥମ ଲୁକ୍ର ପୋଷ୍ଟର ସେୟାର କରାଯାଇଛି। ଅଜୟ ନିଜେ ଏହି ପୋଷ୍ଟକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ୨୦୧୫ରେ ଆସିଥିବା ‘ଦୃଶ୍ୟମ’ର ଏକ ସିକ୍ୱେଲ୍ ଅଟେ। ଫିଲ୍ମ ବିଷୟରେ କହିବାକୁ ଗଲେ ଅଜୟ ଅଭିନୀତ ବିଜୟ ସାଲଗାଓଁକାରଙ୍କ ମାମଲା ଏହି ଫିଲ୍ମରେ ପୁଣି ଥରେ ଖୋଲିବାକୁ ଯାଉଛି। ଏହି ଫିଲ୍ମ ୧୮ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରୁଛି। ସେୟାର ହୋଇଥିବା ପୋଷ୍ଟରରେ ଅଜୟଙ୍କ ଲୁକ ବହୁତ ଦମ୍‌ଦାର ରହିଛି। ପୋଷ୍ଟରେ ଅଜୟ ତାଙ୍କ ହାତରେ ଏକ ବେଲଚା ଧରିଥିବାର ନଜର ଆସିଛନ୍ତି। ଏହା ସହିତ ଅଜୟ କ୍ୟାପସନରେ ଲେଖିଛନ୍ତି, ‘ପ୍ରଶ୍ନ ଆପଣଙ୍କ ଆଖି ସାମ୍ନାରେ ନୁହେଁ, ପ୍ରଶ୍ନ ହେଉଛି ଆପଣ କଣ ଦେଖୁଛନ୍ତି।’ ଏହା ସହିତ ଅଭିନେତା ଫିଲ୍ମର ରିଲିଜ୍ ତାରିଖ ବିଷୟରେ ସୂଚନା ମଧ୍ୟ ସେୟାର କରିଛନ୍ତି।

Leave A Reply

Your email address will not be published.