ଗଞ୍ଜାମ ବ୍ଲକର ନୂତନ ବିଡିଓ ଭାବେ ଜଶ୍ମିନ୍‌ ପ୍ରଧାନଙ୍କ ଯୋଗଦାନ

ଖଲ୍ଲିକୋଟ ୧୫।୧୦ : ଗଞ୍ଜାମ ବ୍ଲକରେ ନୂତନ ବିଡିଓ ଭାବେ ଜଶ୍ମିନ୍‌ ପ୍ରଧାନଙ୍କ ଯୋଗଦାନ । ପୂର୍ବରୁ ସେ ଛତ୍ରପୁର ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଉଥିଲେ । ଖାସ୍‌ କରି କରୋନା ମହାମାରୀ ସମୟରେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟଶୈଳୀଙ୍କୁ ସମସ୍ତ ପ୍ରଂଶସା କରିଥିଲେ । ତେବେ ୨୦୧୧ ବ୍ୟାଚ୍‌ର ଏହି ଓଆର୍‌ଏସ୍‌ ଅଧିକାରୀ ପ୍ରଥମେ କନ୍ଧମାଳ ଜିଲ୍ଲାରେ ଅତିରିକ୍ତ ତହସିଲଦାର ଓ ଭାରପ୍ରାପ୍ତ ବିଡିଓ ଦାୟିତ୍ୱ ତୁଲାଇଥିଲେ । ପରେ ସେ ୨୦୨୨ରେ ଓଏଏସ୍‌ ଭାବେ ପଦୋନ୍ନତି ପାଇ ଏବେ ଗଞ୍ଜାମ ବ୍ଲକର ବିଡିଓ ଭାବେ ଦାୟିତ୍ୱ ନେଇଛନ୍ତି । ପୂର୍ବରୁ ଗଞ୍ଜାମ ବିଡିଓ ଭାବେ ରଞ୍ଜନ ପୃଷ୍ଟି କାମ କରୁଥିଲେ । ଏବେ ଶ୍ରୀ ପ୍ରଧାନ କାର୍ଯ୍ୟଭାର ସମ୍ଭାଳିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି । ଆଗାମୀ ଦିନରେ ସମସ୍ତ ଜନହିତକର ଯୋଜନା କିପରି ସଠିକ୍‌ ଲୋକଙ୍କ ନିକଟରେ ପହଞ୍ଚିବ । ସେ ଦିଗରେ କାମ କରିବୁ ଏବଂ ଗଞ୍ଜାମ ବ୍ଲକକୁ ଏକ ଆଦର୍ଶ ବ୍ଲକରେ ପରିଣତ କରିବାକୁ ଚେଷ୍ଟା କରିବି ।

Leave A Reply

Your email address will not be published.