ଗୁଜରାଟ ନିର୍ବାଚନର ତାରିଖ ଶୀଘ୍ର ଘୋଷଣା କରିବେ ଆୟୋଗ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଶୀଘ୍ର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି, ଯାହା ଡିସେମ୍ବର ୪ରେ ସରିବ। ଆୟୋଗଙ୍କ ସୂତ୍ର ଅନୁଯାୟୀ, ଭୋଟ୍ ଗଣତି ହିମାଚଳ ପ୍ରଦେଶ ସହିତ ହୋଇପାରେ। ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତାବର୍ଷ ଫେବୃଆରୀ ୧୮ରେ ସଂପନ୍ନ ହେଉଛି। ଏଠାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସର୍ବଦା ମୁକାବିଲା ହୋଇ ଆସିଛି। କିନ୍ତୁ ତୃତୀୟ ଦଳ ଭାବେ ମଇଦାନରେ ଆବିର୍ଭାବ ହୋଇଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ପାର୍ଟି। ତେଣୁ ତ୍ରିକୋଣୀ ମୁକାବିଲା ହେବାକୁ ଯାଉଛି। ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଗୃହ ରାଜ୍ୟ। ଗୁଜରାଟ ବିଜେପିର ଗଡ ଭାବେ ରହି ଆସିଛି। ତେଣୁ ନିଜ ଏଥର ବି ନିଜ ଗଡ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରିବ ବିଜେପି। ଅନ୍ୟପକ୍ଷେ କଡା ଟକ୍କର ଦେବାକୁ ଅଣ୍ଟା ଭିଡିଛି ଆପ୍ ଏବଂ କଂଗ୍ରେସ।

Leave A Reply

Your email address will not be published.