ବାହାର ରାଜ୍ୟରୁ ମେଡିସିନ କିଣିବା ମନା, କଟକଣା ଲଗାଇଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ

କଟକ ୧୫/୧୦: ରାଜ୍ୟରେ ନକଲି ଔଷଧ କାରବାର ଘଟଣା । ଓଡିଶା ବାହାରୁ ମେଡିସିନ କିଣା ଉପରେ ଲାଗିଲା କଟକଣା । କଟକଣା ଲଗାଇଛି ଓଡିଶା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ । ଏଥିସହ ପଞ୍ଜୀକୃତ କମ୍ପାନୀରୁ ଔଷଧ କିଣିବେ ମେଡିସିନ ବ୍ୟବସାୟୀ । ଓଡିଶା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଣିକି ଦୋକାନୀ କେବଳ ଏଜେଣ୍ଟଙ୍କଠାରୁ ଔଷଧ କିଣିପାରିବେ । ଅଧିକ କମିଶନ ଲୋଭରେ ନିଜ ଆଡୁ ରାଜ୍ୟ ବାହାରୁ ଔଷଧ ଆଣିପାରିବେ ନାହିଁ । ଏନେଇ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନାଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । କିଛି ଦିନ ତଳେ ତେଲମା-୪୦ ଏବଂ ଟେଲମା-H ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା ।

Leave A Reply

Your email address will not be published.