ଋଷ୍ ରାଷ୍ଟ୍ରପତିଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ ୧୫/୧୦: ଶୁକ୍ରବାର ସାରା ବିଶ୍ୱକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଚେତାଇ ଦେଇ ପୁଟିନ୍ କହିଛନ୍ତି, ଋଷୀ ସେନାଙ୍କ ଯଦି ନାଟୋ ସୈନିକଙ୍କ ଟକ୍କର ହୁଏ ତେବେ ବିଶ୍ୱରେ ହୋଇଯିବ ବିନାଶ । ସାରା ବିଶ୍ୱ ଦେଖିବ ଧ୍ୱଂସର ତାଣ୍ଡବ । କାଜାକସ୍ଥାନର ଆସ୍ତାନାରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପୁଟିନ୍ । ଋଷ ସହିତ ନାଟୋ ସୈନ୍ୟ ଯୁଦ୍ଧ କଲେ ସାରା ବିଶ୍ୱ ପାଇଁ ଏହା ବିନାଶକ ହେବ ବୋଲି ପୁଟିନ୍ କହିଛନ୍ତି । ଏହାପୂର୍ବରୁ ପୁଟିନ୍ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଧମକ ଦେଇଥିଲେ। ଯାହାକୁ ଜାତିସଂଘରେ ନିନ୍ଦା କରାଯାଇଥିଲା। ରୁଷୀୟ ସେନା ସହିତ ‘ନାଟୋ’ ସେନାର ପ୍ରତ୍ୟକ୍ଷ ସଂସ୍ପର୍ଶ ଅଥବା ପ୍ରତ୍ୟକ୍ଷ ଯୁଦ୍ଧ ବିଶ୍ୱ ବିନାଶର କାରଣ ହେବ ବୋଲି ଶୁକ୍ରବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଚେତାବନୀ ଦେଇଛନ୍ତି । କାଜାକସ୍ଥାନର ରାଜଧାନୀ ଅସ୍ତାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଟିନ୍ କହିଛନ୍ତି, କୌଣସି କାରଣରୁ ‘ନାଟୋ’ ସେନାଙ୍କର ରୁଷୀୟ ସେନା ସହିତ ପ୍ରତ୍ୟକ୍ଷ ସଂସ୍ପର୍ଶ, ପ୍ରତ୍ୟକ୍ଷ ଯୁଦ୍ଧ ଏଭଳି ବିପଜ୍ଜନକ ହେବ ଯାହା ବିଶ୍ୱକୁ ବିନାଶ ପଥକୁ ନେଇଯାଇପାରେ । ଯେଉଁମାନେ ଏ କଥା କହୁଛନ୍ତି ଏଭଳି ପଦକ୍ଷେପ ଗ୍ରହଣ ନ କରିବା ପାଇଁ ଯଥେଷ୍ଟ ଜ୍ଞାନଥିବ। ଗତମାସରେ ୟୁକ୍ରେନ୍ ର ୪ଟି ଅଞ୍ଚଳ ଦଖଲ କରିବା ପରେ ପୁଟିନ୍ ସତର୍କ କରାଇ କହିଥିଲେ ଯେ, ରୁଷୀୟ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ସେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ।

Leave A Reply

Your email address will not be published.