କନ୍ଧମାଳ ଜିଲାରେ ନୂତନ ପର୍ଯ୍ୟବେକ୍ଷକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କନ୍ଧମାଳ: କନ୍ଧମାଳ ବିଜୁ ଜନତା ଦଳର କନ୍ଧମାଳ ଜିଲାରେ ନୂତନ ପର୍ଯ୍ୟବେକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି କନ୍ଧମାଳ ବିଜୁ ଯୁବ, ଛାତ୍ର, ମହିଳା ବରିଷ୍ଠ ନେତା ଗଣ । ବିହନ ନିଗମର ଅଧକ୍ଷ ତଥା ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନୂତନ ଭାବେ ଦାୟିତ୍ୱ ନେଇଛନ୍ତି ଶ୍ରୀଯୁକ୍ତ ବିଜୟ ନାୟକ । ଜିଲାର ବିଜୁ ଛାତ୍ର, ଯୁବକ, ମହିଳା ଦଳ ମାନକୁ ନେଇ ଆଲୋଚନା କରିଥିଲେ । କନ୍ଧମାଳ ବିଜୁ ଜନତା ଦଳର ସଭାପତି ସରୋଜ କର୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ମଲିକ, ସାଧାରଣ ସମ୍ପାଦକ ପ୍ରିୟ ରଞ୍ଜନ ମିଶ୍ର ,ଛାତ୍ର ଜନତା ଦଳ ସଭାପତି ସୁନିଲ୍ ସେଠୀ , ମହିଳା ସଭାନେତ୍ରୀ ଓ ବରିଷ୍ଠ ନେତା ଙ୍କୁ ନେଇ ଆଲୋଚନା କରିବା ସହ ଆଗାମୀ ଜନ ସମ୍ପର୍କ ପଦଯାତ୍ରାରେ ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବେ । । ଏବଂ ଜିଲାର ତିନି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ନେଇ ଆଲୋଚନା କରାଯିବା ସହ ଜନସମ୍ପର୍କ ପଦଯାତ୍ରା କୁ କିଭଳି ସାଫଲ୍ୟ ମଣ୍ଡିତ କରିବେ ସେ ନେଇ ଆଲୋଚନା କରିବେ । ନୂଆକରି ଦାଇତ୍ୱ ନେବା ପରେ ଶ୍ରୀ ବିଜୟ ନାୟକଙ୍କ ଏହା ପ୍ରଥମ କନ୍ଧମାଳ ଜିଲ୍ଲା ଗସ୍ତ ।

Leave A Reply

Your email address will not be published.