ବିଲରୁ ମିଳିଲା ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ

ଉଦଳା ୧୭।୧୦ :  ବିଲରୁ ମିଳିଲା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ।  ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସିର ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ସକାଳରୁ ଗାଁର ଥିବା ଏକ ବିଲ ପାଖରେ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ଛାତି ଏବଂ ବେକରେ ଗଭୀର ଆଘାତର କ୍ଷତ ଚିହ୍ନ ରହିଛି । କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ।  ସୋମବାର ବିଲକୁ ଯାଉଛି କହି ଘରୁ ଆସିଥିଲେ । ତେବେ କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା , ତାହା ଏବେ ତଦନ୍ତ ସାପେକ୍ଷ । ସେପଟେ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ପୋଲିସ ଖୋଳତାଡ଼ କରୁଛି । କୌଣସି କାରଣରୁ ତାଙ୍କୁ ହତ୍ୟା କରାଯାଇଛି ନା ଏହା କୌଣସି ଦୁର୍ଘଟଣା ତାହା ଏବେ ବି ସନ୍ଦେହ ଘେରରେ ରହିଛି ।

Leave A Reply

Your email address will not be published.