ହରିଶଙ୍କରରେ ରୋପ୍‌ ଓ୍ୱେ ବାତିଲ ନେଇ ତେଜିଲା ଅସନ୍ତୋଷ, ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ୍

ପାଟଣାଗଡ଼ ୧୭/୧୦: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ପ୍ରସ୍ତାବିତ ରୋପ୍‌ ଓ୍ୱେକୁ ରାଜ୍ୟ ସରକାର ବାତିଲ କରିଥିବାରୁ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହି ହରିଶଙ୍କର ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ । ହରିଶଙ୍କରରୁ ନୃସିଂହ ନାଥ ଯିବା ପାଇଁ କୌଣସି ସୁବିଧା ନାହିଁ । ସରକାର ପଶ୍ଚିମ ଓଡିଶାକୁ ବାରମ୍ବାର ବୈମାତୃକ ପ୍ରଦର୍ଶନ କରି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ପୂର୍ବରୁ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଦୁଇଦିନ ଧରି ହରିଶଙ୍କରରେ ଜଳସତ୍ୟାଗ୍ରହ କରିଥିଲେ ମଧ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ । ତାହାର ପ୍ରତିବାଦରେ ଆଜି ପୁଣି କୋଶଳ ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ ଡାକରା ଦେବା ସହ ୧୦ ଦଫା ସମ୍ବଳିତ ଦାବି ଜଣାଇଛନ୍ତି । ଦାବି ମଧ୍ୟରେ ହରିଶଙ୍କରରେ ଶୀଘ୍ର ରୋପ୍‌ ଓ୍ୱେ ନିର୍ମାଣ, ଖପ୍ରାଖୋଲରୁ ହରିଶଙ୍କର ପର୍ଯ୍ୟନ୍ତ ଆଲୋକିକରଣ, ଶିଶୁ ଉଦ୍ୟାନ ଉନ୍ନତିକରଣ, ବଲାଙ୍ଗୀରରୁ ହରିଶଙ୍କରକୁ ଚାଲୁଥିବା ଟୁରିଜିମ୍ ବସ କାହିଁକି ବନ୍ଦ କରାଗଲା ତାହା ପୁନଃ ଚଳାଚଳ ଖପ୍ରାଖୋଲରୁ ହରିଶଙ୍କର ପର୍ଯ୍ୟନ୍ତ ପଥ ପ୍ରାନ୍ତ ନିବାସ ସ୍ଥାପନ ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତି ଘୋଷଣା । ହରିଶଙ୍କରକୁ ଇକୋ ଟୁରିଜିମ ଘୋଷଣା ହରିଶସଙ୍କର ଓ ନୃସିଂହ ନାଥକୁ ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

gpkandhamal

ଏହି ବନ୍ଦ ଫଳରେ ସମସ୍ତ ସରକାରୀ ବେସରକା

Umasankar Adv
Leave A Reply

Your email address will not be published.