ହିଣ୍ଡାଲକୋ ପାଓ୍ବାର ପ୍ଲାଣ୍ଟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ସମ୍ବଲପୁର ୧୭।୧୦: ହୀରାକୁଦ ହିଣ୍ଡାଲକୋ ପାଓ୍ବାର ପ୍ଲାଣ୍ଟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଶ୍ରମିକଙ୍କ ସୁରକ୍ଷାକୁ କମ୍ପାନୀ କର୍ତ୍ତୃପକ୍ଷ ଅଣଦେଖା କରୁଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଠିକ ସମୟରେ  ସେଫ୍ଟି ସାମଗ୍ରୀ ଯୋଗାଇ ଦେବା, ଧାର୍ଯ୍ୟ ସମୟ ମଧ୍ଯରେ ସେଫ୍ଟି ପ୍ରାଇସ ପ୍ରଦାନ କରିବା, କାଯ୍ୟକ୍ଷେତ୍ରରେ ବ୍ୟବହୃତ ହେଉଥିବା ଡ୍ରେସକୋଡ ଯୋଗାଇ ଦେବା ଆଦି ଦାବିରେ କର୍ମଚାରୀମାନେ ଧାରଣା ଦେବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶହ ଶହ କର୍ମଚାରୀ ଏନେଇ ପାଓ୍ବାର ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ସୁରକ୍ଷାକୁ ଅଣଦେଖା କରି କମ୍ପାନୀ କର୍ତ୍ତୃପକ୍ଷ କେମିତି କର୍ମଚାରୀଙ୍କୁ କାର୍ଯ୍ଯ କରାଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

Leave A Reply

Your email address will not be published.