ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ, ଆବେଦନକୁ ଗ୍ରହଣ କଲେନି ଭୁବନେଶ୍ୱର SDJM

ଭୁବନେଶ୍ୱର ୧୭/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନା ନାଗ୍‌ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର SDJM । ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତେବେ ଏବେ ତାଙ୍କୁ ବେଲ୍ ମିଳିଲାନି ଫଳରେ ପୁଣିଥରେ ସେ ଜେଲକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇବାକୁ ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ । ରିମାଣ୍ଡରେ ନେଇ ସମସ୍ତ ରହସ୍ୟ ଉପରୁ ହଟାଇବାକୁ ପୋଲିସ ତନାଘନା ଚଳାଇଛି । ତେବେ ରିମାଣ୍ଡ ମିଳିବା ପରେ ଅର୍ଚ୍ଚନାକୁ ପୋଲିସ ଥାନାରେ ଆଣି ପଚରାଉଚୁରା କରିବ ନା ଝାରପଡା ଜେଲରେ ହିଁ ଜେରା କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.