ଦୀପାବଳିରେ ଆସିପାରେ ଭୂତାଣୁର ନୂଆ ଲହର

ନୂଆଦିଲ୍ଲୀ ୧୭/୧୦ : ଦୁଇବର୍ଷ ପରେ କରୋନା କାୟା ସାମାନ୍ୟ କମିବା ପରେ ଏବେ କଟକଣା କୋହଳ ହୋଇଥିଲା । ହେଲେ ଏବେ ପୁଣି ଥରେ ଭୟ ବଢାଇଲାଣି ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ ba.5.1.7 ଓ bf.7 । ଏହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି । ଚାଇନାର ମୋଙ୍ଗୋଲିଆରୁ ଉତ୍ପନ୍ନ ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଜା କରିବାକୁ ଯାଉଛି । ଏହା ସହ ନୂତନ ଲହର ସୃଷ୍ଟି ହେବା ନେଇ ଆକଳନ କଲେଣି ଏକ୍ସପର୍ଟ । ଖାସ୍ କରି ଯେଉଁଠି କୋଭିଡ୍ ଅଛି ସେଠାରେ ଅଧିକ ବଢିପାରେ ସଂକ୍ରମଣ । ଏକ ରିପୋର୍ଟ ଅନୁଯାୟୀ, ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଭାରତରେ BF.7 ର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଏହି ନୂତନ ସବ୍-ଭାରିଆଣ୍ଟ ଏତେ ସଂକ୍ରାମକ ଯେ, ଯାହା ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେବାରେ ବି ସକ୍ଷମ । ଫଳରେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳି ସହ ଧନତେରାସ୍, ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୂଜ ଭଳି ଉତ୍ସବରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଉଛି ।

Leave A Reply

Your email address will not be published.