ଗାଧୋଇବାକୁ ଯାଇ ଖସିଗଲା ଗୋଡ଼, ପୋଖରୀରୁ ମିଳିଲା ମୃତଦେହ

ପାଟଣା ୧୭।୧୦: ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ । ମୃତକଙ୍କ ନାମ ବାସନ୍ତୀ ବେହେରା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନୂଆପଡ଼ା ଗାଁରେ ଥିବା ପୋଖରୀରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବାସନ୍ତୀ ଶନିବାର ବଳଦ ଚରାଈବା ପରେ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ। ଗାଧେଇବା ସମୟରେ ହଠାତ୍‌ ତାଙ୍କ ଗୋଡ ଖସିଯାଇ ବୁଡିଥିବାର ସନ୍ଦେହ କରୁଛି ପୋଲିସ । ସୋମବାର ସକାଳୁ ପୋଖରୀରେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.