ଯୁବକଙ୍କୁ ବାନ୍ଧି ଦୌଡାଇବା ଘଟଣା : ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ, ସିସିଟିଭ୍‌ ଯାଞ୍ଚ କରାଯାଇଛି-ଡିସିପି

କଟକ ୧୭।୧୦ : ରବିବାର ସଂଧ୍ୟାରେ କଟକ ସହରର ଜଣେ ଯୁବକଙ୍କୁ ଗାଡିରେ ବାନ୍ଧି ଦୌଡାଇବା ଘଟଣାରେ ମୁହଁ ଖୋଲିଲେ  ଡିସିପି। ସେ କହିଛନ୍ତି ଯେ, ଟଙ୍କା ଉଦ୍ଧାର ଫେରିପାଇବା ପାଇଁ ଏଭଳି ହୋଇଛି। ପୀଡ଼ିତ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଛି। ଦୁଇ ଅଭିଯୁକ୍ତଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । । ପୀଡ଼ିତାଙ୍କ ଦେହରେ ସେମିତି କୌଣସି ଗୁରୁତର କ୍ଷତ ଚିହ୍ନ ଜଣାପଡିନି। ଅଭିଯୁକ୍ତଙ୍କ ଠାରୁ କୌଣସି ମାରଣାସ୍ତ୍ର ମିଳିନାହିଁ। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.