ଛତିଶଗଡ଼ କାନକେର ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ 

ମାଲକାନଗିରି ୧୮।୧୦ : ଛତିଶଗଡ଼ କାନକେର ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ । ଚାରଗାଁ ଅଞ୍ଚଳରେ ମାଇନ୍ସ କାମରେ ନିୟୋଜିତ ଗାଡିରେ ନିଆଁ ଲଗାଇଦେଲେ ମାଓବାଦୀ । ଘଟଣାସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ । ଖବର ଅନୁଯାୟୀ,  ୨ଟି ହାଇୱା ଏବଂ ୪ଟି ଚାରି ଚକିଆ ଯାନରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ। ଯେଉଁଥିରେ ୨ଟି ସରକାରୀ ଏବଂ ୨ଟି ଘରୋଇ ଗାଡି ରହିଛି । ଏଥିସହିତ ଜେସିବି ମେସିନ ଭଙ୍ଗାରୁଜା ମଧ୍ୟ କରିଛନ୍ତି ସଶସ୍ତ୍ର ମାଓବାଦୀ। ଭୋରରୁ ଏଭଳି କାଣ୍ଡ ଭିଆଇଛନ୍ତି ଲାଲବାହିନୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଥିଲା । ନକ୍ସଲମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପାଲଟା ଗୁଳିର ସାମ୍ନା ନକରିପାରି ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ ।

Leave A Reply

Your email address will not be published.