ସିବିଆଇ କାର୍ଯ୍ୟାଳୟରୁ ବାହାରି ସାଂଘାତିକ ବୟାନ ଦେଲେ ସିସୋଦିଆ

ନୂଆଦିଲ୍ଲୀ:  ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇର ପଚରାଉଚରା ଶେଷ ହୋଇଛି। ପ୍ରାୟ ନଅ ଘଣ୍ଟା ଧରି ସିସୋଦିଆଙ୍କୁ ସିବିଆଇ ପଚରାଉଚରା କରିଛି । ସିବିଆଇ କାର୍ଯ୍ୟାଳୟରୁ ବାହାରି ଗଣମାଧ୍ୟମ ଆଗରେ ସିସୋଦିଆ ଅନେକ ସାଂଘାତିକ ଦାବି କରିଛନ୍ତି । ସିସୋଦିଆ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କୁ ଜେରା ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବାକୁ ଅଫର ଦିଆଯାଇଛି । ମନୀଷ ସିସୋଦିଆ କହିଛନ୍ତି, ‘ ଆମେ ମୁଁ ସିବିଆଇ କାର୍ଯ୍ୟାଳୟ ଯାଇଥିଲି । ସେଠାରେ ଦୁର୍ନୀତିକୁ ନେଇ କୌଣସି ଚର୍ଚ୍ଚା ହେଉ ନଥିବା ମୁଁ ଦେଖିଥିଲି । ଏହି ସବୁ ମାମଲା ମିଛ । ମୁଁ ଜାଣିଛି ଏହି ସବୁ ମାମଲା ମିଛ । ଯେଉଁ ପରି ଆଜି ମୁଁ ସିବିଆଇ କାର୍ଯ୍ୟାଳୟରେ ରହିଲି ସେଥିରୁ ଜାଣିଲି ଯେ ଏହି ସବୁ ମାମଲା ମିଛ । ଆଜି ମୁଁ ଜାଣିବାକୁ ପାଇଲି ଯେ ସେମାନେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇ କେସ କରି ନାହାନ୍ତି । ସେମାନେ ଅପରେସନ ଲୋଟସକୁ ସଫଳ କରାଇବା ପାଇଁ ଏହି କେସ କରିଛନ୍ତି । ସିବିଆଇ ପରି ଏଜେନ୍ସିକୁ ବିଜେପି ବ୍ୟବହାର କରୁଥିବା ଆଜିର ୯ ଘଣ୍ଟାରେ ଜାଣିଲି’। ମନୀଷ ସିସୋଦିଆ କହିଛନ୍ତି, ‘ମୋତେ ମୁଖ୍ୟମନ୍ତ୍ରୀ କରାଇବାକୁ ଅଫର ଦିଆଗଲା । ଏହା ଉପରେ ମୁଁ କହିଥିଲି ମୁଖ୍ୟମନ୍ତ୍ରୀ ପାଇଁ ନୁହେଁ ବରଂ ଶିକ୍ଷା ଉପରେ କାମ କରିବାକୁ ଆସିଛି । ମୁଁ ଅପରେସନ ଲୋଟସର ଚାପରେ ଆସିବି ନାହିଁ’।

Leave A Reply

Your email address will not be published.