ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ଯମୂଳକ ସାକ୍ଷାତ କଲେ ନବନିଯୁକ୍ତ ପର୍ଯ୍ୟବେକ୍ଷକ

କନ୍ଧମାଳ: ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ପାଇଁ ଦଳର ନବନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ପ୍ରବୀଣ ରାଜନେତା ଶ୍ରୀ ବିଜୟ ନାୟକ ଆଜି ସକାଳେ ମାନ୍ୟବର ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ଯମୂଳକ ସାକ୍ଷାତ କରିଥିଲେ। କନ୍ଧମାଳ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିବାରୁ ମାନ୍ୟବର ସାଂସଦ ଡ଼. ସାମନ୍ତ ଶ୍ରୀ ନାୟକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମାନ୍ୟବର ସାଂସଦ ଡ଼. ସାମନ୍ତ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ନାୟକଙ୍କ ଅସାଧାରଣ ସାଂଗଠନିକ ଦକ୍ଷତା ତଥା ଦୃଢ ନେତୃତ୍ଵ କନ୍ଧମାଳ ଜିଲ୍ଲାରେ ଦଳର ସଂଗଠନକୁ ଆହୁରି ସକ୍ରିୟ କରିବା ସହ ସାଧାରଣ ଜନତାଙ୍କ ସେବା ଦିଗରେ ତାଙ୍କରି ପ୍ରତିବଦ୍ଧତା କନ୍ଧମାଳ ଜିଲ୍ଲା ତଥା ସଂସଦୀୟ କ୍ଷେତ୍ରରେ ବିଜୁ ଜନତା ଦଳର ନେତୃବୃନ୍ଦ ତଥା କର୍ମୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ।

Leave A Reply

Your email address will not be published.