ଜଗତପୁର ପୋଲିସକୁ ସଫଳତା, ବେଆଇନ ବାଣ ଜବତ ଓ ୬ ଅଟକ

ସାଲେପୁର ୧୯/୧୦: ବେଆଇନ ବାଣ ଜବତ । କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ବ୍ଲକ ପଦ୍ମପୁର, ତ୍ରିଲୋଚନପୁର,ମୁତାରିଫା, ଚପଂତ୍ତି ଅଞ୍ଚଳରୁ ବେଆଇନ ବାଣ ଜବତ କରିଛି ଜଗତପୁର ପୋଲିସ । ଏହି ଅଞ୍ଚଳରୁ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ସହ ୬ ଜଣଙ୍କୁ ଜଗତପୁର ପୋଲିସ ଅଟକ କରିଥିବା ଜଣାପଡିଛି । ଆଗକୁ ଦୀପାବଳି ଆସୁଥିବାରୁ ପୋଲିସ ଏବେଠାରୁ ଏହି ଅଂଚଳରେ ବେଆଇନ ବାଣ ଜବତ କରିବା ସହ ବାଣ ବେପାରୀଙ୍କୁ ମଧ୍ୟ ଗିରଫ କରି ବେଆଇନ ବାଣ କାରବାର ଉପରେ ରୋକ ଲଗାଇବା ଚଢ଼ାଉ ଜାରି ରଖିଛି ।

Leave A Reply

Your email address will not be published.