ମାଛ ଧରିବାକୁ ଯାଇ ମତ୍ସଜୀବୀ ନିଖୋଜ

ଚାନ୍ଦବାଲି ୧୯।୧୦ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରାରେ ଅଘଟଣ । ମାଛଧରା ବୋଟ୍‌ରୁ ଖସି ମତ୍ସଜୀବୀ ନିଖୋଜ । ଧାମରା ସାମୁଦ୍ରିକ ଥାନା କର୍ମଚାରୀ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛନ୍ତି l ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବଳରାମ ଗଡି ଅଞ୍ଚଳର ତାପସ ଦାସଙ୍କ ମାଛଧରା ବୋଟ ଧାମରା ମତ୍ସ୍ୟପୋତାଶ୍ରୟ ନିକଟରେ ଲଙ୍ଗର କରି ରହିଥିଲା। ମଙ୍ଗଳବାର ମଧ୍ୟରାତ୍ରୀରେ ବୋଟରେ କାର୍ଯ୍ୟରତ ଇନ୍ଦ୍ର ମଳିକ ନାମକ ମତ୍ସ୍ୟଜୀବୀ ସମୁଦ୍ରରେ ଖସିପଡ଼ିଥିଲେ। ପରେ ଅନ୍ୟ ମତ୍ସ୍ୟଜୀବୀ ଏକଥା ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖୋଜ ଖବର ମିଳିନଥିଲା। ଫଳରେ ଏନେଇ ଧାମରା ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଧାମରା ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.