ପୁରୀ ବାଙ୍କି ମୁହାଣ ନିକଟରେ ବୁଲିଲା ବୁଲଡୋଜର

ପୁରୀ ୧୯।୧୦: ପୁରୀ ବାଙ୍କିମୁହାଣ ନିକଟରେ ବୁଲିଲା ବୁଲଡୋଜର। ସମୁଦ୍ର କୂଳ ଥାନା ଅଧିନ ୟୁନିଟ ୨୬ ରେ ସରକାରୀ ଜାଗା ଉପରେ ବେଆଇନ ଭାବେ ନିର୍ମାଣ ଚାଲିଥିବା ଦୋକାନ ଘର ଉପରେ ବୁଲିଛି ବୁଲୋଡଜୋର। ପୁରୀ ତହସିଲଦାର କ୍ଷୀରୋଦ ବେହେରାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ପୋଲିସ ଓ ଦୁଇଟି ବୁଲଡୋଜର ମାଧ୍ୟମରେ କରାଯାଇଛି ଉଛେଦ କାର୍ଯ୍ୟ। ଖବର ଅନୁଯାୟୀ,   ଅନ୍ନପୂର୍ଣ୍ଣା ସାମଲ ଏବଂ ତାଙ୍କ ପୁଅ ଓ ବୋହୂ ବେଆଇନ ଭାବେ ରାସ୍ତା ଉପରେ ଦୋକାନ ଘର ନିର୍ମାଣ କରୁଥିବା ନେଇ ତହସିଲଦାରଙ୍କ ନଜିରକୁ ଆସିଥିଲା। ତେବେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନେଇ ଉଭୟ ତହସିଲଦାର ଓ ସ୍ଥାନୀୟ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଅମାନ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.