ଇଡିରେ ସୁଜାତା ପାଣିଗ୍ରାହୀ, ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାରେ ହାଜର

ଭୁବନେଶ୍ବର ୧୯।୧୦ : ଇଡିରେ ହାଜର ହେଲେ ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ।  ପୂର୍ବତନ IFS ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାରେ ହାଜର ହେଲେ ସୁଜାତା। ସେହିପରି ମଙ୍ଗଳବାର  ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ  ଜେରା କରିଥିଲା ଇଡି । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରୁତିଙ୍କୁ ଜେରା କରାଯାଇଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ଅଭୟ ପାଠକଙ୍କ ପୁଅ ଆକାଶ ପାଠକ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ନେଇ ଜେରା କରିବ ଇଡି ।

Leave A Reply

Your email address will not be published.