ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ଜୀବନ ! ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଯାଜପୁର ୧୯।୧୦ : ଡାକ୍ତରଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ  ବିଂଝାରପୁର ଅଂଚଳର ରୋଗୀ ରବିନାରାୟଣ ଜେନା  ୧୭ ତାରିଖ  ବିଳମ୍ବିତ ରାତିରେ ଭର୍ତ୍ତି ହୋଇଥିଲେ।  ତେବେ ରୋଗୀ ଝାଡାବାନ୍ତି ହେଉଥିବାରୁ ତାଙ୍କୁ ଆଡମିଶନ କରାଯାଇଥିଲା। ସେଠାରେ  ଗୋଟିଏ ଇଂଜେକସନ ଦେବା ପରେ ଦାୟିତ୍ବରେ ଥିବା ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ କହି ବିଦା କରି ଦେଇଥିଲେ। ତେବେ ରୋଗୀ ଘରକୁ ଯିବା ବାଟରେ ହିଁ  ଗୁରୁତର ହେବାରୁ ପରିବାର ପକ୍ଷରୁ ପୁଣିଥରେ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣା ମେଡିକାଲ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.