ମହଙ୍ଗା ପଡିଲା ହତ୍ୟା ଧମକ, ତିନି କାଠ ମାଫିଆଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର ୧୯।୧୦ : ମହଙ୍ଗା ପଡିଲା ହତ୍ୟା ଧମକ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଦ୍ମପୁରା ଗାଁର ତିନି ଜଣ କାଠ ମାଫିଆଙ୍କୁ ଗିରଫ କଲା ପୋଲିସ ।  ଗିରଫ ବ୍ୟକ୍ତିଙ୍କ ନାମ ରଞ୍ଜନ ସେନା, ଅଙ୍ଗୁର ଜେନା, ପ୍ରତାପ ଜେନା ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ ୧୬ ତାରିଖ ଦିନ ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଅନ୍ତର୍ଗତ ବରମାଳ  ବିଟ୍ ଅଧିନ ସଂରକ୍ଷିତ ଜଙ୍ଗଲରୁ କେତେକ କାଠ ମାଫିଆ ଗଛ କାଟୁଥିଲେ । ଯାହାର ଖବର ପାଇ ପହଞ୍ଚିଥିଲେ ବନ କର୍ମଚାରୀ ।  ହେଲେ ସେଠାରେ ପହଞ୍ଚିବା ପରେ ଓଲଟି ଯାଇଥିଲା ପରିସ୍ଥିତି । ହଠାତ୍‌ ମାଫିଆମନେ ବନକର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏପିରିକି ଠେଲାପେଲା ସହ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ଘଷିପୁରା ଥାନାରେ ଦାୟର ହୋଇଥିଲା । ଆଉ ଏବେ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.