ଜୀବନ ଦେବୁ ପଛେ ଇଞ୍ଚେ ଜମି ଛାଡିବୁ ନାହିଁ, ଦାବି ନେଇ ରାତିସାରା ରାସ୍ତାରେ ଶୋଇଲେ ଆଦିବାସୀ

ସୁନ୍ଦରଗଡ୨୨/୧୦: ଓସିଏଲ ଜମି ଅଧିଗ୍ରହଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ୨ହଜାରରୁ ଅଧିକ ଆଦିବାସୀ । ୭ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଦିବାସୀମାନେ ଧାରଣା ପରେ ଜିଲ୍ଳାପାଳ ଆସିଥିଲେ । ଆନ୍ଦୋଳନକାରିଙ୍କୁ ଭେଟି ଦାବିପତ୍ର ବି ନେଇଥିଲେ । ତଥାପି ମାନିନଥିଲେ ଆଦିବାସୀ । ସେମାନଙ୍କର ଦାବି ଥିଲା ଜିଲ୍ଲାପାଳ ଆମ ସହିତ ଆଲୋଚନା କରନ୍ତୁ । କୌଣସି ସମାଧାନର ବାଟ ନଫିଟିବାରୁ ରାତିସାରା ରୋଡରେ ଶୋଇ ରହିଥିଲେ । ରାଜଗାଙ୍ଗପୁରର ୫ଟି ପଂଚାୟତର ଗ୍ରାମବାସୀ ଗତ ୧୮ତାରିଖରୁ କାଂଶବାହଲଠାରୁ ପଦଯାତ୍ରାରେ ବାହାରି ସୁନ୍ଦରଗଡ଼ ସଦର ମହକୁମାରେ ପହଞ୍ଚିଥିଲେ ।

Leave A Reply

Your email address will not be published.