ଡେଙ୍ଗୁରେ ଆକ୍ରାନ୍ତ ଦବଙ୍ଗ ଖାନ୍‌ ! ଏହି ସପ୍ତାହ ବିଗ୍‌ବସ୍‌-୧୬କୁ ହୋଷ୍ଟ କରିବେ କରଣ ଜୋହର

ମୁମ୍ଵାଇ ୨୨।୧୦: ଟିଭିର ସବୁଠାରୁ କଣ୍ଟ୍ରୋଭର୍ସି ଶୋ ବିଗ୍ ବସ୍ ଦର୍ଶକଙ୍କୁ ବହୁତ ଏଣ୍ଟରଟେନ୍‌ କରୁଛି । ବିଗ୍ ବସ୍-୧୬ ବିଷୟରେ ବିଶେଷ କଥା ହେଉଛି । ଏଥର ୱିକେଣ୍ଡ୍ କା ୱାର ଶନିବାର ଆଉ ରବିବାର ନୁହେଁ ବରଂ ଶୁକ୍ରାବର ଏବଂ ଶନିବାର ଦିନ ପ୍ରସାରିତ ହେଉଛି। ଯେଉଁ ଦିନ ସଲମାନ ଖାନ ଆସିବେ, ସେହି ଦିନର ଟିଆରପି ବାକି ଦିନ ତୁଳନାରେ ଅଧିକ ହୁଏ। ବର୍ତ୍ତମାନ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି । ଯାହାକୁ  ଶୁଣିଲା ପରେ ସେମାନଙ୍କ ମନ ଭାଙ୍ଗିଯାଇ ପାରେ। ବଲିଉଡର ଭାଇଜାନ୍‌ ସଲମାନ ଡେଙ୍ଗୁରେ ଆକ୍ରାନ୍ତ।  ଏଥିପାଇଁ ଆସନ୍ତା କିଛି ସପ୍ତାହ ଆଉ ବିଗ୍ ବସ୍ -୧୬ ହୋଷ୍ଟ କରିବେ ନାହିଁ । କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ସୋ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। ନିକଟରେ ସଲମାନ ଖାନଙ୍କୁ ଏହି ସପ୍ତାହରେ ଦେଖିବାକୁ ମିଳିବ ନାହିଁ ବୋଲି କୁହାଯାଉଛି। କରଣ ଜୋହର ତାଙ୍କ ସ୍ଥାନ ନେବେ । ବର୍ତ୍ତମାନ ଇଟାଇମ୍ସ ରିପୋର୍ଟ ଅନୁଯାୟୀ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି। ଅଭିନେତା ସୁସ୍ଥ ନହେବା ପର୍ଯ୍ୟନ୍ତ କରଣ ଜୋହର ଆୟୋଜନ କରିବେ । ତେବେ ଏପର୍ଯ୍ୟନ୍ତ ସଲମାନ ଖାନ କିମ୍ବା ନିର୍ମାତାଙ୍କ ବିଷୟରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଏହା ବ୍ୟତୀତ କୁହାଯାଉଛି କି କଲର୍ସ ଏବଂ ଏଣ୍ଡେମୋଲ କରଣଙ୍କୁ ଏକ ବଡ ଅଫର ଦେଇଥିଲେ । ଯାହାକୁ ସେ ମନା କରିପାରି ନାହାନ୍ତି। ଅର୍ଥାତ୍ ଶୋ’ର ଆୟୋଜନ ପାଇଁ ତାଙ୍କୁ ବହୁ ପରିମାଣର ଅର୍ଥ ଦେଇଛନ୍ତି।

Leave A Reply

Your email address will not be published.