କୂଅରେ ପଡି ମହିଳାଙ୍କ ମୃତ୍ୟୁ, ପରିବା ତୋଳିବାକୁ ଯାଇ ଖସିଯାଇଥିଲା ଗୋଡ

ଲମତାପୁଟ ୨୨/୧୦: ପରିବା ତୋଳିବାକୁ ଯାଇ କୂଅରେ ଗୋଡ଼ ଖସି ମହିଳାଙ୍କ ମୃତ୍ୟୁ । ମହିଳା ଜଣକ ମାଲେଗାଁ ଗ୍ରାମର ଭାବ ଦୋରା । ଲମତାପୁଟ ସାପ୍ତାହିକ ହାଟ ଥିବାରୁ ସକାଳୁ ସକାଳୁ ସ୍ୱାମୀ କୁଶଙ୍କ ସହ ଭାବ ପନିପରିବା ତୋଳିବା ପାଇଁ ଯାଇଥିଲେ । କିଛି ତୋଳିବା ପରେ ସ୍ୱାମୀ ପନିପରିବା ବିକ୍ରି ପାଇଁ ହାଟକୁ ଚାଲିଯାଇଥିଲେ । ହେଲେ ଭାବ ପରିବା ତୋଳୁ ତୋଳୁ ନିକଟରେ ଥିବା କୂଅରେ ଖସି ପଡ଼ିଥିଲେ ।ଦୀର୍ଘ ସମୟ ଅପେକ୍ଷା ପରେ ଭାବ ଘରକୁ ଫେରି ନଥିବା ଦେଖି ସମ୍ପର୍କୀୟ ଖୋଜା ଖୋଜି କରିଥିଲେ । ଦୀର୍ଘ ସମୟ ପରେ କୂଅରେ ଭାବଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ କୂଅରୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ଭାବଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣା ସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପରେ ଗାଁରେ ଶୋକାକୁଳ ପରିବେଶ ଖେଳିଯାଇଛି । ସେପଟେ ଭାବଙ୍କ ଅକାଳ ମୃତ୍ୟୁକୁ ନେଇ ଘରେ କାନ୍ଦ ବୋବାଳି ଲାଗି ରହିଛି ।

Leave A Reply

Your email address will not be published.