ନଭେମ୍ବର ୪ରୁ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା, ୭ରେ ମୁଣ୍ଡନ

ଆଠଗଡ ୨୨/୧୦: କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ବିନ୍ଧାଣୀମା ଗାଁର ପ୍ରସିଦ୍ଧ କାର୍ତ୍ତିକେଶ୍ଵର ଓ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ପାଇଁ ମହାସଙ୍ଘ ଶାନ୍ତି କମିଟି ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ତିଗିରିଆ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘ ଶାନ୍ତି କମିଟି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପୂଜା କମିଟିର ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ଆଗାମୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଛି । ନଭେମ୍ବର ୪ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ। ଏହାପରେ ନଭେମ୍ବର ୭ ତାରିଖରେ ମା’ଙ୍କ ପ୍ରସିଦ୍ଧ ମୁଣ୍ଡନ ଯାତ୍ରା ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଏହି ବୈଠକରେ ପୂଜା ପୂର୍ବରୁ ବାକି ଥିବା ପାନୀୟଜଳ ଯୋଗାଣ, ରାସ୍ତା ମରାମତି, ପରିମଳ, ନିରବଛିନ୍ନ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ କରିବା ପାଇଁ ତହସିଲଦାର ବାସ୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିl ଯାତ୍ରl ସମୟରେ ୨୪ ଘଣ୍ଟିଆ ପାନୀୟଜଳ ଓ ବିଦ୍ୟୁତ ଯୋଗାଣକୁ ଗୁରୁତ୍ଵ ଦିଆଯାଇଛି l ତେବେ ଠାକୁରାଣୀଙ୍କ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ହେବାକୁ ଥିବା ମୁଣ୍ଡନ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.