ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନରେ କନ୍ଧମାଳ ଜିଲ୍ଲା ବିଜେଡି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

କନ୍ଧମାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନରେ କନ୍ଧମାଳ ଜିଲ୍ଲା ବିଜେଡି ପ୍ରଭାରୀ ବିଜୟ ନାୟକ,ବିଜେଡି ଜିଲ୍ଲା ସଭାପତି,ଯୁବ ବିଜେଡ଼ି ସଭାପତି ବ୍ରିଷ୍ଣୁ ମଲିକ ଓ ଛାତ୍ର ଜନତା ଦଳ ସଭାପତି ସୁନିଲ୍ ସେଠୀ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ମିଶ୍ର ପ୍ରମୁଖଙ୍କ ପ୍ରଚେଷ୍ଟାରେ ଫୁଲବାଣୀର ମେଡ଼ିକାଲ ବ୍ଲଡ ବ୍ୟାଙ୍କ୍ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିବା ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଚିର ସ୍ମରଣୀୟ କରିବା ଉଦେଶ୍ୟରେ ଏହି ମହତ କାର୍ଯ୍ୟ କରାଯାଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଜିଲ୍ଲା ବାସୀଙ୍କ ଉନ୍ନତି ପାଇଁ ଜିଲ୍ଲା ବିଜେଡି ଏହିଭଳି ମହତ କାର୍ଯ୍ୟ ଆଗକୁ ଜାରି ରଖିବେ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.