ଚକାପାଦ ବ୍ଲକ୍ ସଙ୍କରାଖୋଲର ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ “ରାଧାମୋହନ ମହାପାତ୍ର”

କନ୍ଧମାଳ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ସଙ୍କରାଖୋଲ୍ ଠାରେ ମା ଗଜ ଲକ୍ଷ୍ମୀ ପୂଜା ର ତୃତୀୟ ଦିନରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ, ଯୁବ ସମାଜସେବୀ, ସଭାପତି,କନ୍ଧମାଳ ପିପୂଲସ୍ ଫୋରମ୍, ଲେଖକ ଏବଂ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଯୋଗ ଦେଇଥିଲେ। ମାଁ ଗଜଲକ୍ଷ୍ମୀ ଯୁବକ୍ରୀଡ଼ା ସାଂସ୍କୃତିକ ପରିଷଦ ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ପ୍ରତି ବର୍ଷ ପାଳନ ହେଉଛି। ସଂଘ ର ସଭାପତି, ସଦସ୍ୟ ଓ କର୍ମକର୍ତ୍ତା ମାନେ ମୁଖ୍ୟ ବକ୍ତା ଓ ସମସ୍ତ ଅତିଥି ମାନଙ୍କୁ ବାଜା ବାଦ୍ୟ ଓ ବାଣ ଫୁଟାଇ ସ୍ବାଗତ କରିଥିଲେ। ତାପରେ ଅତିଥି ମାନେ ମା ଗଜଲକ୍ଷ୍ମୀ ଙ୍କ ଆଶୀର୍ବାଦ ନେଇଥିଲେ। ମୂଖ୍ୟ ବକ୍ତା ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣ ରେ କ୍ଳବ୍ ର ଉନ୍ନତି ପାଇଁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ଯୁବକ ମାନଙ୍କ ସାଧୁ ଉଦ୍ୟମ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।

Leave A Reply

Your email address will not be published.