ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ

ଭଦ୍ରକ ୨୪/୧୦: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ତେବେ ମାଆ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଆଜି ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କରୋନା କଟକଣା ପରେ ଚଳିତ ବର୍ଷ ମା’ଙ୍କ ପୂଜାର୍ଚ୍ଚନା ଧୁମଧାମରେ ହେଉଛି । ପରମ ବୈଷ୍ଣବୀ ମା’ ଭଦ୍ରକାଳି ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା’ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ତେବେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି। ମନ୍ଦିରରେ ମା’ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କ ଭିଡ ଲାଗିବ । ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା’ ମହାକାଳୀ ବେଶରେ ପୂଜା ପାଇବେ।

Leave A Reply

Your email address will not be published.