ଦକ୍ଷିଣ ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ଦକ୍ଷିଣ ସୋମାଲିଆର କିସମାୟୋ ଠାରେ ଏକ ହୋଟେଲ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୭ ଆହତ ହୋଇଛନ୍ତି। ଅଲ ଶାହାବାବ ଇସ୍ଲାମ ଗ୍ରୁପ୍‌ ଏହି ଆକ୍ରମଣ କରିଛି ବୋଲି ଉକ୍ତ ଅଞ୍ଚଳର ସୁରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଇ କିଛିଦିନ ତଳେ ଅଲ୍‌କାଏଦା ଆତଙ୍କବାଦୀ ସଂଗଠନ ରାଜଧାନୀ ମୋଗାଦିଶୁକୁ ଉପରେ ଆକ୍ରମଣ କରିଥିଲେ। ପୁଣି ସ୍ଥିତି ସାମାନ୍ୟ ହେବା ପରେ ଆଉ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। ରବିବାର ରାତି ୧୨.୫ ସମୟରେ ହଠାତ୍ ହୋଟେଲ୍ ତାୱାକାଲର ଗେଟ୍‌କୁ ଟକ୍କର ମାରି ହୋଟେଲ୍ ଭିତରେ ପଶିଯାଇଥିଲା। ଏହା ପରେ ହୋଟେଲ୍ ଭିତରେ କାରମ ବୋମା ବିସ୍ଫୋରଣ ହୋଇଥିଲା। ଏହାପରେ ସକାଳ ୭ଟାରେ ସୁରକ୍ଷା କର୍ମୀମାନେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଥିଲେ। ମୃତକଙ୍କ ମଧ୍ୟରେ ପାଖ ସ୍କୁଲ୍‌ର କିଛି ଛାତ୍ର ରହିଛନ୍ତି ବୋଲି ଜୁବଲାନ୍ଦ ସୁରକ୍ଷାମନ୍ତ୍ରୀ ୟୁସୁଫ ହୁସେନ ଓସମନ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆତ୍ମଘାତି ବିସ୍ଫୋରଣକାରୀ ସମେତ ସମସ୍ତ ଜଣ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଥମ ଆତଙ୍କବାଦୀ ନିଜକୁ ବୋମାରେ ଉଡ଼ାଇ ଦେଇଥିବା ବେଳେ ୩ ଜଣଙ୍କୁ ସେନା ଗୁଳି କରି ହତ୍ୟା କରିଛି।

Leave A Reply

Your email address will not be published.