ସୀମା ଟପିଗଲା ବର୍ବରତା, ପୋଲିସ ସାମନାରେ ଦିବ୍ୟାଙ୍ଗଙ୍କୁ ଅମାନୁଷିକ ଭାବେ ମାଡ଼

କଟକ ୨୪/୧୦: କଟକରେ ପୁଣି ପୋଲିସ ସାମନାରେ ଵର୍ଵରତା । ଘଟଣା ଘଟିଛି ଜଗତପୁର ଛକ ନିକଟରେ । ପୋଲିସ ଉପସ୍ଥିତିରେ ଦୁଇ ଜଣ ଯୁବକ ଜଣେ ମାନସିକ ଵିକାରଗ୍ରସ୍ତ ଵ୍ୟକ୍ତିଙ୍କୁ ଅତି ଅମାନୁଷିକ ଭାଵେ ମାଡ ମାରୁଛନ୍ତି । ଜଣେ ଯୁବକ ବାଡି ଧରି ଠିଆ ହୋଇଥିଵା ଵେଳେ, ଅନ୍ୟ ଜଣେ ଯୁବକ ମାନସିକ ଵିକାରଗ୍ରସ୍ତ ଵ୍ୟକ୍ତିଙ୍କ ମୁଣ୍ଡକୁ ରାସ୍ତା ଉପରେ ଛେଚି ଚାଲିଛନ୍ତି । ଆହୁରି ଜଘନ୍ୟ କଥା ହେଉଛି, ପୋଲିସ ଉପସ୍ଥିତିରେ ଏସଵୁ ଘଟଣା ଘଟୁଛି କିନ୍ତୁ ପୋଲିସ ନିରବଦ୍ରଷ୍ଟା ସାଜି ଛିଡା ହୋଇଛି । ପୋଲିସର ୧୧୨ ପିସିଆର ଭ୍ୟାନ ଥିବା ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଵେଳେ ଏଭଳି ଅମାନୁଷିକ କାମ କରିଛନ୍ତି ଯୁବକ ଦୁଇ ଜଣ । ଗତ ଵୁଧଵାର ରାତିରେ ଅନୁରୂପ ଭାଵେ ଜଣେ ପ୍ରାଇଭେଟ ସୁରକ୍ଷା କର୍ମୀ ଏସସିଵି ଫାଣ୍ଡି ଭିତରେ ପଶି ପୋଲିସ ଉପସ୍ଥିତିରେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିସ୍ତୁକ ପିଟିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

Leave A Reply

Your email address will not be published.