ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି ରଶ୍ମିକା

ମୁମ୍ଵାଇ ୨୪।୧୦: ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ‘ଗୁଡବାୟ’ ଜରିଆରେ  ବଲିଉଡ୍‌ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତାଙ୍କ ଭଳି ଭେଟେରାନ୍‌  କଳାକାରଙ୍କ ସହିତ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ ପାଇଛନ୍ତି । ଆଗକୁ ତାଙ୍କୁ ‘ଆନିମଲ୍‌’ ଓ ‘ମିସନ୍‌ ମଜ୍‌ନୁ’ ଭଳି  ଫିଲ୍ମରେ ଦେଖିବାକୁ ମିଳିବ । ଏହି ପରିପ୍ରେକ୍ଷୀରେ ନିକଟରେ ଏକ ସାକ୍ଷାତକାରରେ ରଶ୍ମିକା ନିଜର ସ୍ୱପ୍ନର  ଭୂମିକା ସଂପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଏପର୍ଯ୍ୟନ୍ତ ମୁଁ କୌଣସି ବାୟୋପିକ୍‌ରେ କାମ  କରିନାହିଁ । କୌଣସି ଐତିହାସିକ ପ୍ରୋଜେକ୍ଟର ଅଂଶବିଶେଷ ବି ହୋଇନାହିଁ । ମୋ’ ବାପା ଭାବନ୍ତି ଯେ ମୋ’  ଆଖି ଐତିହାସିକ ଚରିତ୍ରରେ ବେଶ୍‌ ଭଲ ଲାଗିବ । ବିଶେଷ କରି କୌଣସି ରାଣୀଙ୍କ ଭୂମିକାରେ । ତେବେ  ମୁଁ ଅଭିନୟ କ୍ଷେତ୍ରରେ ଆହୁରି ପରିପକ୍ୱ ହେବାର ଆବଶ୍ୟକତା ଥିବା ଅନୁଭବ କରୁଥିବାରୁ କୌଣସି ମହାନ୍‌  ଚରିତ୍ରଙ୍କ ବାୟୋପିକ୍‌ରେ ନିଜକୁ ଦେଖିବାକୁ ଚିନ୍ତା କରିପାରୁନାହିଁ ।

Leave A Reply

Your email address will not be published.