ପାର୍ବଣ ସମୟରେ ଯାତ୍ରୀଙ୍କୁ ମାଗଣାରେ ଖାଦ୍ୟ ଦେବ ରେଳବାଇ

ନୂଆଦିଲ୍ଳୀ: ଭାରତୀୟ ରେଳବାଇ ପାର୍ବଣ ସିଜିନରେ ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି। ଯାତ୍ରୀମାନେ ଏବେ ମାଗଣାରେ ଭୋଜନ କରିବେ। ଭାରତୀୟ ରେଳବାଇ ତରଫରୁ ଏହି ପାର୍ବଣ ସିଜିନରେ ଅନେକ ସ୍ପେଶାଲ ଟ୍ରେନ୍ ବନ୍ଦୋବସ୍ତ କରାଯାଇଛି। ଦୀପାବଳି ଏବଂ ଛଠ୍ ପୂଜା ଭଳି ପର୍ବ ପାଇଁ ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରେଳବାଇ ମାଗଣା ଭୋଜନର ସୁବିଧା ମଧ୍ୟ ଦେଉଛି। ତେବେ ଭାରତୀୟ ରେଳବାଇର ଏହି ସୁବିଧା ସବୁ ଟ୍ରେନ ଯାତ୍ରୀଙ୍କ ପାଇଁ ନୁହେଁ। ଏହି ସୁବିଧା କେବଳ ଦୁରନ୍ତୋ ଏକ୍ସପ୍ରେସ, ରାଜଧାନୀ ଏବଂ ଶତାବ୍ଦୀ ଭଳି ବିଳାସପୂର୍ଣ୍ଣ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଉପଲବ୍ଧ କରାଯିବ। କିନ୍ତୁ ଏହାର କିଛି ସର୍ତ୍ତ ରହିଛି। ସର୍ତ୍ତ ଅନୁଯାୟୀ ଟ୍ରେନ୍ ଦୁଇ ଘଣ୍ଟା କିମ୍ବା ଅଧିକ ସମୟ ବିଳମ୍ବ ହେବା ଉପରେ ଏହି ସୁବିଧାର ଲାଭ ମିଳିବ।
ଯଦି ଟ୍ରେନ୍ ୨ ଘଣ୍ଟା କିମ୍ବା ତାହାଠାରୁ ଅଧିକ ବିଳମ୍ବରେ ଚାଲୁଥାଏ ତେବେ ଆପଣ ମାଗଣା ଖାଦ୍ୟ ଦାବି କରିପାରିବେ। ଏହା ସହ କିଛି ପେୟ ମଧ୍ୟ ମଗାଇପାରିବେ।

Leave A Reply

Your email address will not be published.