ଫଳ ଦୋକାନରେ ଲାଗିଲା ନିଆଁ

ଜୟପୁର ୨୪/୧୦: ନିଆଁ ଲାଗି ଫଳ ଦୋକାନ ଭସ୍ମୀଭୂତ । ଅଳ୍ପକେ ବର୍ତ୍ତିଲେ ଦୋକାନରେ ଶୋଇଥିବା ୫ ଜଣ କର୍ମଚାରୀ । ଜୟପୁରର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ କଡରେ ଥିବା ଏହି ଫଳ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସକାଳୁ ସକାଳୁ ଦୋକାନରେ ନିଆଁ ଲାଗଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ଦୋକାନ ଭିତରେ ଥିବା ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଫଳ ନଷ୍ଟ ହୋଇ ଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିଲେ ବି କେହି ନିଆଁ ଦୋକାନରେ ଲଗାଇ ଦେଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.