ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଦୀପାବଳି ଅବସରରେ ଅନ୍ତର୍ଜାତୀୟ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର କୃତି। ୪,୦୪୫ ଦୀପରେ ତିଆରି କଲେ ମାଆ କାଳୀଙ୍କ ମୂର୍ତ୍ତୀ। ଟ୍ୱିଟ୍‌ କରି ଏହି ବାଲୁକାକଳା ସମ୍ପର୍କରେ ସୂଚନା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ। ପୁରୀ ସମୁଦ୍ର କୂଳରେ ମାଆ କାଳୀଙ୍କ ବାଲୁକାକଳା କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳା ସହ ଆସ ଆଜି ସବୁ ନକାରାତ୍ମକ ଚିନ୍ତାଧାରାକୁ ଜାଳି ଦେବା ବୋଲି ମେସେଜ୍‌ ଦେଇଛନ୍ତି ସୁଦର୍ଶନ। ଏହି ବାଲୁକାକଳାର ଉଚ୍ଚତା ୫ ଫିଟ୍‌ ହୋଇଥିବା ବେଳେ ୬ ଟନ୍ ବାଲିରେ ଏହାକୁ ତିଆରି କରାଯାଇଛି। ଏଥିରେ ୪,୦୪୫ ଦୀପ ଖଞ୍ଜାଯାଇଥିବା ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବାଲିରେ ମାଆ କାଳୀଙ୍କ ମୂର୍ତ୍ତି ତିଆରି କରିବାକୁ ସୁଦର୍ଶନ ଓ ତାଙ୍କ ଛାତ୍ରଛାତ୍ରୀଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା ବୋଲି ସୁଦର୍ଶନ ସୂଚନା ଦେଇଛନ୍ତି।  

Leave A Reply

Your email address will not be published.