ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରୁ ମିଳିଲା ଡେଙ୍ଗୁର ଲାର୍ଭା

ମୁମ୍ଵାଇ ୨୬।୧୦: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ। ନିକଟରେ ସେ ଡେଙ୍ଗୁ ରୋଗ ଆକ୍ରାନ୍ତ ହୋଇଥିଲେ। ଯେଉଁଥିପାଇଁ ତାଙ୍କ ଫିଲ୍ମ ଏବଂ ଶୋ’ର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ସୂଚନା ଆସୁଛି ଯେ ତାଙ୍କ ବିଲ୍ଡିଂ ଗାଲାକ୍ସି ଆପାର୍ଟମେଣ୍ଟର ଦୁଇଟି ସ୍ଥାନରେ ଡେଙ୍ଗୁ ଲାର୍ଭା ଦେଖିବାକୁ ମିଳିଛି। ଯାହା ପରେ ବିଏମସି ଟିମ୍ ଔଷଧ ସ୍ପ୍ରେ କରିବା ସହିତ ଅନ୍ୟ ସ୍ଥାନରେ ଅନୁସନ୍ଧାନ ଆରମ୍ଭ କରିଛି। ସଲମାନଙ୍କର ଡେଙ୍ଗୁ ଥିବା ସୂଚନା ପାଇବା ପରେ ବିଏମସି ଟିମ୍ ଗାଲାକ୍ସି ଏବଂ ଏହାର ଆଖପାଖ ଅଞ୍ଚଳକୁ ଯାଇ ଔଷଧ ସ୍ପ୍ରେ କରିବା  ଅନୁସନ୍ଧାନ କରୁଛି । ଏପର୍ଯ୍ୟନ୍ତ ସଲମାନଙ୍କ ଘରେ ଲାର୍ଭା ମିଳିବାର କୌଣସି ନିଶ୍ଚିତତା ନାହିଁ। ଡେଙ୍ଗୁ ଯୋଗୁଁ ଏଥର ସଲମାନ ଖାନ ‘ବିଗ୍ ବସ୍ -୧୬’ ୱିକେଣ୍ଡ୍ କା ୱାରେ ଆସି ନଥିଲେ। ତାଙ୍କ ସ୍ଥାନରେ କରଣ ଜୋହରଙ୍କୁ ଆସିଛନ୍ତି। ଏହା ସହ ଅଭିନେତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ଡେଙ୍ଗୁ ପରେ ଅଭିନେତା ଆୟୁଷ ଶର୍ମାଙ୍କ ପାର୍ଟୀରେ ନଜର ଆସିଥିଲେ। ପ୍ରକାଶ ଯେ ସେ ଅକ୍ଟୋବର୨୬ ରୁ ଆଜି ଠାରୁ ସେ ପୁଣି ଶୁଟିଂ ଆରମ୍ଭ କରିବେ।

Leave A Reply

Your email address will not be published.