ସୁକେଶଙ୍କ ଚିଠି ପରେ ଜ୍ୟାକଲିନ୍‌ଙ୍କ ଓକିଲ ରଖିଲେ ବୟାନ୍‌

ମୁମ୍ଵାଇ ୨୬।୧୦: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରିଛି । ତେବେ ଏହି ସ୍କାମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ହାତ ନାହିଁ ବୋଲି ଅଭିନେତ୍ରୀଙ୍କ ଓକିଲ ଏବେ ଦାବି କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସୁକେଶ ଲେଖିଥିବା ଚିଠିକୁ ସେ ପ୍ରକାଶ କରିଛନ୍ତି। ଓକିଲ କହିଛନ୍ତି ଯେ ଜ୍ୟାକଲିନ ନିର୍ଦ୍ଦୋଷ ଏବଂ ସେ ଆଇନ ଅନୁଯାୟୀ ପ୍ରକ୍ରିୟା ଅନୁସରଣ କରି ନିଜ ସମ୍ମାନ ପାଇଁ ଲଢେଇ ଜାରି ରଖିବେ। କହିବାକୁ ଗଲେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ରକ୍ଷା କରିବା ପାଇଁ ଏକ ଚିଠି ଲେଖିଛନ୍ତି। ଏହା ଓକିଲଙ୍କ ମାଧ୍ୟମରେ ଗଣମାଧ୍ୟମକୁ ପ୍ରକାଶିତ କରାଯାଇଛି । ଏହି ଚିଠିରେ ଲେଖାଥିଲା ଯେ, ପିଏମଏଲଏ (ମନି ଲଣ୍ଡରିଂ) ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ … ଆମେ ପ୍ରେମ ସମ୍ପର୍କରେ ଥିଲୁ ଏବଂ ଯଦି ମୁଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଉପହାର ଦେଇଛି । ଏଥିରେ ତାଙ୍କର କଣ ଭୁଲ ଥିଲା…।  ସେ ମୋତେ ଭଲ ପାଇବା ଏବଂ ତାଙ୍କ ସହ ଠିଆ ହେବା ଛଡା ଆଉ କିଛି ମାଗିନଥିଲେ … ”

Leave A Reply

Your email address will not be published.