Uber କ୍ୟାବ୍ ଯୋଗୁ ମିସ୍‌ ହେଲା ପାସେଞ୍ଜରଙ୍କ ଫ୍ଲାଇଟ୍‌

ମୁମ୍ବାଇ ୨୬।୧୦: ଜିଲ୍ଲା ଉପଭୋକ୍ତା ନ୍ୟାୟାଳୟ ଉବେର ଇଣ୍ଡିଆକୁ ଜଣେ ମହିଳା ପାସେଞ୍ଜରଙ୍କୁ ଜରିମନା ଆକାରରେ ୨୦ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଯାତ୍ରୀ କଞ୍ଜ୍ୟୁମର କୋର୍ଟରେ ଦାଖଲ କରିଥିବା ପିଟିସନରେ ଉବେର ବିରୋଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏଥିରେ ଉବେର କ୍ୟାବ୍ ଚାଳକଙ୍କ ଯୋଗୁ ତାଙ୍କ ଫ୍ଲାଇଟ୍‌ ମିସ୍ ହୋଇଥିଲା, ଯେଉଁଥି ପାଇଁ ତାଙ୍କୁ ଦ୍ୱିତୀୟବାର ଫ୍ଲାଇଟ୍‌ ବୁକ୍ କରିବାକୁ ପଡିଥିଲା ବୋଲି ଅଭିଯୋଗ କରିଥିଲେ। କୋର୍ଟରେ ମହିଳାଙ୍କ ଅଭିଯୋଗ ଉବେର ବିରୋଧରେ ପ୍ରମାଣିତ ହୋଇଥିବା ବେଳେ କମ୍ପାନୀକୁ ଜରିମନା ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀରୁ ପ୍ରକାଶ ଯେ ପେଷାରେ ଓକିଲ ଡୋମ୍ବିଭାଲି ନିବାସୀ ଜନୈକ ମହିଳା ମୁମ୍ବାଇ ଏୟାରପୋର୍ଟ ଯିବା ଲାଗି ଉବେର ଆପରେ କ୍ୟାବ୍‌ ବୁକ୍ କରିଥିଲେ। ସେ ମୁମ୍ବାଇରୁ ଚେନ୍ନାଇ ଫ୍ଲାଇଟ ଧରିବାର ଥିଲା। ତେବେ କ୍ୟାବ୍‌ ଡ୍ରାଇଭରଙ୍କ ବିଳମ୍ବ ଯୋଗୁ ମହିଳା ଯାତ୍ରୀ ବିଳମ୍ବରେ ଏୟାରପୋର୍ଟରେ ପହଞ୍ଚିଥିଲେ, ଏଣୁ ତାଙ୍କ ଫ୍ଲାଇଟ୍ ଚାଲିଯାଇଥିଲା।

Leave A Reply

Your email address will not be published.