ପୂର୍ବତନ AG ଅଶୋକ ମହାନ୍ତିଙ୍କୁ ଝଟକା

କଟକ ୨୫/୧୦: ପୂର୍ବତନ ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ପାଇଁ ଅଡୁଆ ବଢିଲା । ସିବିଆଇ ମାମଲାରୁ ତାଙ୍କୁ ବାଦ ଦେବାଲାଗି ଅଶୋକ ମହାନ୍ତି ଯେଉଁ ଆବେଦନ କରିଥିଲେ, ତାକୁ ହାଇକୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି । ତାସହିତ ଅଶୋକଙ୍କ ବିରୋଧରେ ଥିବା ସିବିଆଇ ମାମଲାର ନିୟମିତ ଶୁଣାଣି କରିବାଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଫସିବା ପରେ ୨୦୧୪ ମସିହାରେ ଅଶୋକ ମହାନ୍ତିଙ୍କୁ ଗିରଫ କରିଥିଲା ସିବିଆଇ । ପରେ ସେ ଜାମିନ ପାଇଥିଲେ । ତେବେ ଦାୟର ମାମଲାରୁ ତାଙ୍କୁ ବାଦ ଦେବାଲାଗି ସେ ହାଇକୋର୍ଟରେ ଡିସ୍‌ଚାର୍ଜ ପିଟିସନ ଫାଇଲ କରିଥିଲେ । ଯାହା ଆଜି ଖାରଜ ହୋଇଯାଇଛି ।

Leave A Reply

Your email address will not be published.