ହିନ୍ଦୁତ୍ୱ ଚେହେରାକୁ ପୁଣିଥରେ ସାବ୍ୟସ୍ତ କଲେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସୁନକ, ପ୍ରଥମ ଭାଷଣ ବେଳେ ହାତରେ ବାନ୍ଧିଥିଲେ ରକ୍ଷା ସୂତ୍ର

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ମଙ୍ଗଳବାର ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ  ସମ୍ଭାଳିଛନ୍ତି। ଋଷି ପ୍ରଧାନମନ୍ତ୍ରୀ ହେବା ପରେ ବି ନିଜର ହିନ୍ଦୁତ୍ୱ ପରିଚୟ ଛାଡିପାରି ନାହାନ୍ତି। ନିଜକୁ ଜଣେ ଗର୍ବିତ ହିନ୍ଦୁ ବୋଲି ମାନୁଥିବା ଋଷ ସୁନକ ସବୁବେଳେ ନିଜର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଥିବାର ଦେଖାଯାଏ। କେବେ ବ୍ରିଟେନରେ ଥିବା ମନ୍ଦିର ଦର୍ଶନ ହେଉ ତ କେବେ ପୂଜା ଉପାସନା, ଏସବୁଥିରେ ଋଷିଙ୍କ ବିଶ୍ୱାସ ଅତୁଟ ରହିଛି। ମଙ୍ଗଳବାର ଦାୟିତ୍ୱ ଗ୍ରହଣ ପରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ 10 ଡାଉନିଂ ଷ୍ଟ୍ରିଟରେ ନିଜର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ଋଷି ସୁନକ। ଏହି ସମୟରେ ସେ ହାତରେ ହିନ୍ଦୁ ପ୍ରତୀକ କୁହାଯାଉଥିବା ରକ୍ଷାସୂତ୍ର (ପୂଜା ବେଳେ ହାତରେ ବାନ୍ଧାଯାଉଥିବା ନାଲି ସୂତା) ବାନ୍ଧି ଆସିଥିବାର ଦେଖାଯାଇଥିଲା। ସେ ଭାଷଣ ଦେବା ବେଳେ ତାଙ୍କର ଏହି ଫଟୋ ଭାଇରାଲ୍ ହେବାରେ ଲାଗିଛି। ପାଶ୍ଚାତ୍ୟ ସଭ୍ୟତାର ବଢିଥିବା ଋଷ ଆଜି ବି ତାଙ୍କ ସଂସ୍କୃତି ଓ ପରମ୍ପରାକୁ ଭୁଲି ନଥିବା ଯୋଗୁ ଭାରତରେ ତାଙ୍କର ଆଦର ରହିଛି। ଏମିତିରେ ସେ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ଭାରତର ବିଶିଷ୍ଟ ଶିଳ୍ପପତି ତଥା ଇନଫୋସିସ୍ ପାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ମଧ୍ୟ।

Leave A Reply

Your email address will not be published.