ବିକ୍ରି ହୋଇଗଲା ବାଦଶାହ ମସଲା..ନୂଆ ବ୍ୟବସାୟରେ ଏଣ୍ଟ୍ରି କଲା ଡାବର

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ ବିକ୍ରି କରୁଥିବା ଡାବର କମ୍ପାନୀ ଏବେ ମସଲା ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯୋଜନା କରୁଛି। ଏଥିପାଇଁ ମସଲା କମ୍ପାନୀ ‘ବାଦଶାହ’ର ଅଂଶଧନ କିଣିବାକୁ ଡାବର ଘୋଷଣା କରିଛି। କମ୍ପାନୀ ସେପ୍ଟେମ୍ବର ତ୍ରୈମାସିକରେ ତାର ବ୍ୟବସାୟିକ ରେଜଲ୍ଟ ଜାରି କରିବା ସହିତ ମସଲା ଉଦ୍ୟୋଗରେ ପ୍ରବେଶ ନେଇ ଘୋଷଣା କରିଛି। ଡାବର ବାଦଶାହ ମସଲାରେ ୫୧ ପ୍ରତିଶତ ଅଂଶଧନ ୫୮୭.୫୨ କୋଟି ଟଙ୍କାରେ କିଣିଛି।  ଏହି ଅଧିଗ୍ରହଣ ସହିତ ଡାବର ଫୁଡ୍ ସେକ୍ଟରର ନୂଆ ବ୍ୟବସାୟରେ ପ୍ରବେଶ କରିଛି। ଏନେଇ ଡାବର ଇଣ୍ଡିଆ କହିଛି ଯେ ୫୧ ପ୍ରତିଶତ ଇକ୍ୱିଟି ଅଂଶଧନ ପାଇଁ ୫୮୭.୫୨ କୋଟି ଟଙ୍କାରେ ଡିଲ୍ ହୋଇଛି। ଏହି ଡିଲ୍ ପାଇଁ ବାଦଶାହ ମସଲାର ଭାଲ୍ୟୁ ୧୧୫୨ କୋଟି ଟଙ୍କା ଥିଲା। ବାକି ୪୯ ପ୍ରତିଶତ ଅଂଶଧନର ଅଧିଗ୍ରହଣ ଆସନ୍ତା ପାଞ୍ଚ ବର୍ଷରେ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ଜାରି ଫଳାଫଳରେ ଡାବର ଇଣ୍ଡିଆର ଲାଭରେ ୨.୮୫ ପ୍ରତିଶତ ହ୍ରାସ ହୋଇଛି। ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀ ୪୯୦.୮୬ କୋଟି ରହିଥିଲା। ସେହିଭଳି ଗତ ବର୍ଷ ଏହି ତ୍ରୈମାସିକରେ କମ୍ପାନୀ ୫୦୫.୩୧ କୋଟି ଟଙ୍କାର ଲାଭ କରିଥିଲା ।

Leave A Reply

Your email address will not be published.