ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୫୩ ବଗି

ଧାନବାଦ: ଝରଖଣ୍ଡ ଧାନବାଦର ଗୟ-କୋଡେର୍ମା ରେଳଲାଇନ ଗୁରୁପା ଷ୍ଟେସନରେ ଲାଇନ ଚ୍ୟୁତ ହେଲା କୋଇଲା ବୋଜେଇ ମାଲବାହୀ ଟ୍ରେନରେ ୫୩ ବଗି। ଏତେ ସଂଖ୍ୟକ ବଗି ଲାଇନଚ୍ୟୁତ ହେବା ପରେ ବି ଗୋଟିଏ ବଗି ନେଇ ବିଜୁଳି ବେଗରେ ଗଲା ଇଞ୍ଜିନ। ଭୟରେ ଯିଏ ଯୁଆଡ଼େ ଦୌଡ଼ି ପଳାଇଲେ ଷ୍ଟେସନରେ ଉପସ୍ଥିତ ଥିବା ଲୋକେ । ବୁଧବାର ସକାଳ ୬.୨୪ ରେ ଏଭଳି ଦୁର୍ଘଟଣା ଘଟିଛି। ପୂର୍ବକେନ୍ଦ୍ରୀୟ ରେଳବାଇ(ଇସିଆର)ର ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଧାନବାଦ ଡିଭିଜନର କୋର୍ଡେମା ଏବଂ ମନପୁର ରେଳ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ଘଟିଥିବା ଇସିଆର୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁର୍ଘଟଣା ପରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନର କକ୍ଷ ପରିବର୍ତ୍ତନ କରାଯିବା ସହ କିଛି ବାତିଲ କରାଯାଇଛି।   

Leave A Reply

Your email address will not be published.