ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ସେନାର ପରମାଣୁ ଅଭ୍ୟାସ, ବିଶ୍ୱ ପାଇଁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ(୨୭/୧୦) : ଋଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ୮ ମାସରୁ ଅଧିକ ସମୟ ହେଲାଣି ଯୁଦ୍ଧ ଜାରି ରହିଛି। କେହି କାହାକୁ ଛାଡିବାକୁ ନାରାଜ। ଯୁକ୍ରେନ୍ ଉପରେ ତୀବ୍ର ଆକ୍ରମଣ କରିବ ନାହିଁ ବୋଲି କହି ଭୟଙ୍କର ଆକ୍ରମଣ କରୁଛି ଋଷିଆ। ଉଭୟ ଦେଶ ପରସ୍ପରର ସେନାର ଦୃଢ଼ ଭାବରେ ସାମ୍ନା କରୁଛନ୍ତି । ଏପଟେ ଋଷ ପରମାଣୁ ଯୁଦ୍ଧର ଅଭ୍ୟାସ ଆରମ୍ଭ କରିଦେଉଛି। ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ସାମରିକ ପରମାଣୁ ବଳର ଅଭ୍ୟାସ ଦେଖିଛନ୍ତି। ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଋଷ ବୁଧବାର ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିସାଇଲର ଆଟାକର ଆଭ୍ୟାସ କରିଛି । ଏକ ରିପୋର୍ଟ ଅନୁଯାୟୀ, କ୍ରେମଲିନ୍ କହିଛି ଯେ ଋଷ କିଭଳି ପରମାଣୁ ଆକ୍ରମଣରେ ଶତ୍ରୁ ରାଷ୍ଟ୍ରକୁ ପ୍ରତି ଜବାବ ଦେଇପାରିବ ସେ ନେଇ ପରମାଣୁ ସାମରିକ ବଳର ଅଭ୍ୟାସକୁ ତଦାରଖ କରିଛନ୍ତି ପୁଟିନ। ପରମାଣୁ ଆକ୍ରମଣର ଆଶଙ୍କା ଓ ପୁଟିନଙ୍କ ପ୍ରସ୍ତୁତି ବିଶ୍ୱର ଅନେକ ଦେଶରେ ହଇଚଇ ସୃଷ୍ଟି କରିଛି। ସେପଟେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଇରାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଇରାନ ଠାରୁ ଡ୍ରୋନ୍ ଆଣି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ବୋଲି ଜେଲେନସ୍କି ଅଭିଯୋଗ କରିଛନ୍ତି। ମିଡିଆ ରିପୋର୍ଟ ଅନୂଯାୟୀ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ଋଷ ପ୍ରାୟ ୪୦୦ ଡ୍ରୋନ ବ୍ୟବହାର କରିଛି। ଏଥିରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇଛି। ଅନ୍ୟପଟେ ଋଷ ପରମାଣୁ ଯୁଦ୍ଧର ଚେତବାନୀ ଦେବା ପରେ ପୁଣିଥରେ ପୁଟିନଙ୍କୁ ଚେତାବନୀ ଦେଇଛି ଆମେରିକା। ପରମାଣୁ ହତିଆର ବ୍ୟବହାର ନ କରିବାକୁ ଆମେରିକା ଋଷକୁ ରୋକ ଠୋକ୍ ଶୁଣାଇଛି।

Leave A Reply

Your email address will not be published.