ବାଇକ୍ ଓ ପିକ୍‌ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ସାଲେପୁର ୨୭/୧୦: ବୁଧବାର ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା କାଜିବଜାର ନିକଟରେ ବାଇକ୍ ଓ ପିକ୍‌ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ସତ୍ୟଭାମାପୁର ଗ୍ରାମର ୫୯ ବର୍ଷୀୟ ଅନୁପ ସାମଲ ଓ ତାଙ୍କ ୪୦ ବର୍ଷୀୟ ଝିଅ ଅଞ୍ଜଳି ସ୍ୱାଇଁ ଉଭୟ ବାଇକ୍ ରେ ରାତ୍ରି ପ୍ରାୟ ତିନିଟା ସମୟରେ ରେଲୱେ ଷ୍ଟେସନ ଯାଉଥିଲେ । ଏତିକି ବେଳେ କଟକ ପଟୁ ଆସୁଥିବା ପିକ୍ ଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ପାଗା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ହେଲେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗାଡ଼ି ଦୁଇଟିକୁ ପୋଲିସ ଜବତ୍ କରି ତଦନ୍ତ କରୁଛି ।

Leave A Reply

Your email address will not be published.