ବିବାଦ ଘେରରେ ଫିଲ୍ମ ‘Kantara’

ମୁମ୍ଵାଇ ୨୭।୧୦: କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ଲଗାତାର ଭାବରେ ଚର୍ଚ୍ଚାରେ ରହି ଆସିଛି । ଏହା ବକ୍ସ ଅଫିସରେ ଜବରଦସ୍ତ କଲେକସନ୍‌ କରୁଛି । ହେଲେ କିଛି ଜିନିଷକୁ ନେଇ ବିବାଦ ହୋଇଥିଲା । ନିକଟରେ ଫିଲ୍ମରେ ଭୁତ କାଲା ପରମ୍ପରାକୁ ହିନ୍ଦୁ ସଂସ୍କୃତି ସହିତ ଯୋଡିବାକୁ ଆପତ୍ତି କରିଥିଲେ । ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। କାନ୍ତାରାର ଦୃଶ୍ୟ ଏବଂ କାହାଣୀ ସମସ୍ତଙ୍କୁ ଆକର୍ଷିତ କରୁଛି ଏବଂ ଏହି ସମୟରେ ଏହାର ନିର୍ମାତାମାନେ ‘ନବରସମ’ ଗୀତକୁ ଚୋରି କରିଥିବାର ଅଭିଯୋଗ ହୋଇଛି। କେରଳର ଏକ ବ୍ୟାଣ୍ଡ ‘ଥେକୁଡମ୍ ବ୍ରିଜ୍’ କନ୍ନଡ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ ଗୀତ ‘ନବରସମ’କୁ ବିକୃତ କରିଥିବା ଅଭିଯୋଗ କରିଛି। ଏହି ବ୍ୟାଣ୍ଡ ଦାବି କରିଛି ଯେ ଗୀତ ‘ବରାହ ରୂପମ’ ସେମାନଙ୍କ ଗୀତ ‘ନବରସମ’ର କପି। କାହିଁକି ନା କାନ୍ତାର ଗୀତର ‘ ନବରସମ ‘ର ସମୂର୍ଣ୍ଣ ସମାନ। ବ୍ୟାଣ୍ଡର ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେ ଆମର ଶ୍ରୋତାମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ‘ଥେକୁଡମ୍ ବ୍ରିଜ୍’ ବ୍ରିଜ୍ କୌଣସି ପ୍ରକାରେ କାନ୍ତାରା ସହିତ ଜଡିତ ନୁହେଁ।

Leave A Reply

Your email address will not be published.